ଆମେରିକା ଟାର୍ଗେଟରେ ବ୍ରିଜ୍-ପାୱାର ପ୍ଲାଣ୍ଟ
ପୁଣି ଇରାନକୁ ଧମକାଇଲେ ଟ୍ରମ୍ପ। ଏଥର ଚେତାବନୀ ଦେଇ କହିଛନ୍ତି, ବ୍ରିଜ ନହେଲେ ପାୱାର ପ୍ଲାଣ୍ଟ ଉଡାଇଦେବୁ। ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ପୋଷ୍ଟ କରିଛନ୍ତି ଯେ, ହର୍ମୁଜରେ ଇରାନ ଯଦି ଜାହାଜକୁ ରୋକିବ ତେବେ ଫଳାଫଳ ଭୟାବହ ହେବ। ହର୍ମୁଜରେ ଜାହାଜ ଉପରେ ମିଶାଇଲ, ରକେଟ୍, ଡ୍ରୋନ୍ କିମ୍ବା ଅନ୍ୟ ଅସ୍ତ୍ରରେ ଇରାନ ଯଦି ଆଟାକ୍ କରେ ତେବେ ଆମେରିକା ବି ବୋମା ବର୍ଷଣ କରିବ।
ଏଥର ଟାର୍ଗେଟ୍ ରାଜଧାନୀ ତେହରାନ ଭିତରେ କିମ୍ବା ତା ପାଖାପାଖି କରାଯିବ। ଆଉ ଟାର୍ଗେଟରେ ବ୍ରିଜ କିମ୍ବା ପାୱାର ପ୍ଲାଣ୍ଟ ରହିବ। .. ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିଛି। ସେପଟେ ଇସ୍ରାଏଲ ନିକଟ ଜୋର୍ଡାନର ଏକ ସହର ଉପରେ ଆକ୍ରମଣ କରିଛି ଇରାନ। ଏହାପରେ ବାହାରିନ ଏବଂ ସାଉଦି ଆରବକୁ ଆଲର୍ଟ ଜାରି ହୋଇଛି।
