ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା

ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା

ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା। ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମୟୋଚିତ କରିବାକୁ ଏହି ପଦକ୍ଷେପ ନେଇ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ୩ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବାକୁ ଏଣିକି ଅନଲାଇନ୍ ଜରିଆରେ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।ବିଶେଷ କରି ଅନୁସୂଚିତ ଜନଜାତିଙ୍କ ଜମି ହସ୍ତାନ୍ତର, ବେଆଇନ ଜମି ହସ୍ତାନ୍ତର ଓ ଜମିରେ ଅନଧିକୃତ ଦଖଲ ସମ୍ପର୍କିତ ମାମଲା ଅନ୍ ଲାଇନରେ କରିବାକୁ ରହିଛି ନିର୍ଦ୍ଦେଶ। ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶା ଅଧିସୂଚିତ କ୍ଷେତ୍ର ସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମ,୧୯୫୬ର ଧାରା ୩ (ଏ) ଓ ଓଡ଼ିଶା ଭୂସଂସ୍କାର ପୁର୍ନଗଠନ ଆଇନ, ୧୯୬୦ର ଧାରା ୨୩ ଓ ଧାରା ୨୩ (ଏ) ଅଧୀନ ମାମଲାଗୁଡ଼ିକର ଅନଲାଇନ ପ୍ରକ୍ରିୟାକରଣ କରାଯିବ।ତେବେ ମାମଲାଗୁଡ଼ିକରେ ସିଧାସଳକ ନିଷ୍ପତ୍ତି ନେବା ପାଇଁ ସବ୍ କଲେକ୍ଟର ହେଉଛନ୍ତି କ୍ଷମତାପ୍ରାପ୍ତ ରାଜସ୍ୱ କର୍ତ୍ତୃପକ୍ଷ। ଅନୁସୂଚିତ ଅଞ୍ଚଳରେ ଅନୁସୂଚିତ ଜନଜାତିଙ୍କ ଭୂ-ସମ୍ପତ୍ତିର ହସ୍ତାନ୍ତର ଉପରେ ନିୟନ୍ତ୍ରଣ ରଖିବା ପାଇଁ ୧୯୫୬ର ନିୟମ ରହିଛି। ଏହି ନିୟମ ଅଧୀନ ମାମଲାରେ ଜମି ହସ୍ତାନ୍ତର ଆଇନସମ୍ମତ କି ନୁହେଁ, ତାହା ରାଜସ୍ୱ କର୍ତ୍ତୃପକ୍ଷ ଯାଞ୍ଚ କରନ୍ତି।

Leave a Reply

Your email address will not be published. Required fields are marked *