ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି

ସୁପ୍ରିମକୋର୍ଟରେ ପୁଣି ଡିଜିପି ନିଯୁକ୍ତି ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୬ ତାରିଖ ପାଇଁ ଦିନଧାର୍ଯ୍ୟ

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍‌ କରିଛନ୍ତି କହିଲେ ବରିଷ୍ଠ ଆଇନଜୀବୀ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଆଜି ଦାଖଲ କରିଛନ୍ତି । ଆମିକସକ୍ୟୁରି ରିପୋର୍ଟ ପଢ଼ିବାକୁ ସମୟ ନେଲେ ସଲିସିଟର ଜେନେରାଲ । ତେଣୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବୋଲି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *