ଓରାଙ୍ଗଉଟାନଙ୍କୁ ଜଳବାୟୁ ସପୋର୍ଟ କରୁଛି
ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡି଼ଶା ଜଳବାୟୁ। ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ଚେକ୍ ଅପ୍ କରୁଛନ୍ତି। ସେମାନଙ୍କ ଓଜନ ମଧ୍ୟ ବଢ଼ୁଛି। ଆଗାମୀ ଦିନରେ DNA ଟେଷ୍ଟ କରାଯିବ। DNA ଟେଷ୍ଟ ହେଲା ପରେ କେଉଁଠୁ ଆସିଛନ୍ତି ଜଣାପାଡ଼ିବ। STF ତଦନ୍ତ ମଧ୍ୟ ଚାଲିଛି। ଆଜି ନନ୍ଦନକାନନ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁଧ୍ୟାନ କରିବେ। ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ବିଷୟରେ ସମୀକ୍ଷା କରିବେ। ୨ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଭିଜିଟ୍ କରିଛନ୍ତି।
