ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ ଅନୁସାରେ ସୁପ୍ରିମକୋର୍ଟ ଶୁକ୍ରବାର କାର୍ଯ୍ୟକ୍ରମରେ ନୁଆ ସର୍କୁଲାର ଜାରି କରାଯାଇଛି । ଯେଉଁଥିରେ ଅଦାଲତର ଶୁଣାଣି ଏବଂ କର୍ମଚାରୀଙ୍କ କାମ କରିବାର ତରିକାରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି । ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏକ ଆଦେଶ ପରେ ନିଆଯାଇଛି ଏବଂ ଏହାକୁ ତୁରନ୍ତ ଲାଗୁ କରାଯାଇଛି ।
ସୁପ୍ରିମକୋର୍ଟଙ୍କ ଏହି ସର୍କୁଲାର ଅନୁସାରେ ଏବେ ସୋମବାର, ଶୁକ୍ରବାର ଏବଂ ଅନ୍ୟ “ମିଶଲାନିଅସ ” ଦିନରେ ମାମଲାର ଶୁଣାଣି ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଜାରି ରହିବ । ଏହା ବ୍ୟତୀତ ଅନ୍ୟ ଆଂଶିକ କାର୍ଯ୍ୟ ଦିବସରେ ଏଭଳି ଶୁଣାଣି ହେବ । କୋର୍ଟ ପ୍ରଶାସନଙ୍କୁ ଉଚିତ ସମୟରେ ଭିଡିଓ କନଫ୍ରେନ୍ସ ର ଲିଙ୍କ ଦେବାକୁ କୁହାଯାଇଛି । ଯାହାଦ୍ବାର ଟିକନିକ ବ୍ୟବସ୍ଥା ମଜବୁତ କରାଯାଇପାରିବ । ଫଳରେ କେହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ସୁପ୍ରିମକୋର୍ଟଙ୍କ ଜଜ ଇନ୍ଧନ ବଞ୍ଚାଇବା ପାଇଁ ନିଜ ଭିତରେ କାର ପୁଲିଙ୍ଗ ର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଜଜ ଏବେ ଆବଶ୍ୟକ ଅନୁସାରେ ଗୋଟଏ ଗାଡ଼ିରେ ଯାତ୍ରା କରିବେ । ସକୁର୍ଲାର ରେ କୋର୍ଟ କର୍ମଚାରୀଙ୍କ ପାଇଁ ବି ବଡ ନିଷ୍ପତ୍ତି ନିଆଯାଇଛି । ଆଦେଶ ଅନୁସାରେ ସୁପ୍ରିମକୋର୍ଟ ର ସବୁ ଶାଖାରେ ୫୦ ପ୍ରତିଶତ କମର୍ଚାରୀଙ୍କୁ ସପ୍ତାହରେ ଦୁଇଦିନ ଘରେ ରହି କାମ କରିବାକୁ ଅନୁମତି ମିଳିଛି । ବାକି କର୍ମଚାରୀଙ୍କୁ ଦପ୍ତରରେ ଉପସ୍ଥିତ ରହିବାକୁ କୁହାଯାଇଛି ଯାହା ଫଳରେ କୋର୍ଟ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।
ଆଦେଶରେ ଏହା କୁହାଯାଇଛି କି ଯେଉଁମାନେ କର୍ମଚାରୀମାନେ ଘରେ ରହି କାମ କରିବେ ସେମାନେ ସମୁ ସମୟରେ ଫୋନର ଉପଲବ୍ଧ ରହିବେ ଏବଂ ଆବଶ୍ୟକ ଅନୁସାରେ ଦପ୍ତରକୁ ଆସିବାକୁ ହେବ ବୋଲି କୁହାଯାଇଛି । ଅଧିକାରୀମାନଙ୍କୁ ସଠିକ ସମୟରେ କାମ ସାରିବାକୁ କୁହାଯାଇଛି । କୌଣସି ଶାଖାରେ କାମ ଅଧିକ ହେଲେ ରେଜିଷ୍ଟର ଅଧିକାରୀ ଜଣକ ଘରେ କାମ କରିବା ନିୟମକୁ ବଦଳି କରିପାରନ୍ତି କିମ୍ବା ସିମିତ ନିୟମରେ ରହି ପାରିବେ ବୋଲି କୁହାଯାଇଛି । ଏହି ସକୁର୍ଲାର ସୁପ୍ରିମକୋର୍ଟଙ୍କ ସେକ୍ରେଟେରୀ ଜେନେରାଲ ଭାରତ ପରାଶର ଜାରି କରିଛନ୍ତି ।
