ରାଜଧାନୀରେ ପୋଲିସ ଛାଉଣୀ, ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା

CJP ପ୍ରୋଟେଷ୍ଟ, ୨୫୦ ଟ୍ରେନ୍ ବାତିଲ୍

ଆଜିଠୁ ପୁଣି ଜନ୍ତରମନ୍ତରରେ ଗର୍ଜିବ ସିଜେପି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବଡ଼ ଆନ୍ଦୋଳନ କରିବ କକ୍ରୋଚ ଜନତା ପାର୍ଟି। ଏଥିପାଇଁ ନୂଆଦିଲ୍ଲୀରେ ଯନ୍ତରମନ୍ତରରେ ଠୁଳ ହେଉଛନ୍ତି ସିଜେପି ନେତା, କର୍ମୀ ଓ ସମର୍ଥକ। ଏପଟେ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବ୍ୟାପକ ନିଷ୍ପତ୍ତି ନେଇଛି ଦିଲ୍ଲୀ ପୋଲିସ। ଆଜି ରାତି ୧୦ଟା ପର୍ଯ୍ୟନ୍ତ, ଜନପଥ-କର୍ତ୍ତବ୍ୟ ପଥ ଛକର ୪ କିଲୋମିଟର ପରିଧି ମଧ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଉପ ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଆଦେଶକୁ ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, ଜିଓ ଏବଂ ଏମ୍ ଟିଏନ୍ ଏଲ୍ କୁ ପଠାଯାଇଛି। ସେପଟେ ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁଁ କନଟ୍ ପ୍ଲେସ୍, ମଣ୍ଡି ହାଉସ୍, ପ୍ରଗତି ମୈଦାନ, ଗୁରୁଦ୍ୱାରା ବାଙ୍ଗଲା ସାହିବ, ବାରାଖମ୍ବା ରୋଡ୍, ଖାନ୍ ମାର୍କେଟ୍, ଲୋଧି ରୋଡ୍ ଏବଂ ଜଙ୍ଗପୁରାର କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରଭାବିତ ହେବ। ଏଥିସହ ଅନ୍ୟ ରାଜ୍ୟରୁ ଆସୁଥିବା ୬୦ରୁ ଅଧିକ ଟ୍ରେନ୍ କୁ ମଧ୍ୟ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡ଼ିକ ଶନିବାର ସକାଳ ୪ଟାରୁ ଅପରାହ୍ଣ ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ୍ ଷ୍ଟେସନରେ ପହଞ୍ଚିବାର ଥିଲା।

Leave a Reply

Your email address will not be published. Required fields are marked *