ଟେଟ୍ରା ପ୍ୟାକ୍ ମଦ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି
ଟେଟ୍ରା ପ୍ୟାକ୍ ମଦ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ । କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଛୋଟ ପିଲାଙ୍କ ଫ୍ରୁଟ୍ ଜୁସ୍ ପ୍ୟାକେଟ୍ ଭଳି ଦେଖାଯାଉଥିବା ଟେଟ୍ରା ପ୍ୟାକ୍, ପାଉଚ୍ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏଭଳି ଭ୍ରମାତ୍ମକ ପ୍ୟାକେଜିଂ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟର ଅବକାରୀ ବିଭାଗକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।ମାମଲାର ଶୁଣାଣି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ ନିଜେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି, ଏହା ସତରେ ଅତ୍ୟନ୍ତ ଭ୍ରମାତ୍ମକ । ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ନାବାଳକଙ୍କ ନିଶା ଅଭ୍ୟାସ ବିରୋଧରେ କାମ କରୁଥିବା ସଂସ୍ଥା ‘କମ୍ୟୁନିଟି ଏଗନେଷ୍ଟ ଡ୍ରଙ୍କେନ୍ ଡ୍ରାଇଭିଂ’ ପକ୍ଷରୁ ଆଡଭୋକେଟ୍ ବିପିନ ନାୟାରଙ୍କ ଜରିଆରେ ଏହି ପିଟିସନ ଦାୟର କରାଯାଇଛି ।
