ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ
ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ । ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ସୁରକ୍ଷା ବଳୟ ନିକଟରେ ଏକ ସାଂଘାତିକ ଘଟଣା ଘଟିଯାଇଛି । ଜଣେ ସଶସ୍ତ୍ର ବନ୍ଧୁକଧାରୀ ହ୍ୱାଇଟ୍ ହାଉସ୍ ପରିସରକୁ ଗୁଳି ଚଳାଇବା ପରେ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧକୁ ମାରି ପକାଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି । ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଥିବା 17th ଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁ NW ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା । ଜଣେ ପୁରୁଷ ସନ୍ଦିଗ୍ଧ ସିକ୍ରେଟ୍ ସର୍ଭିସ୍ ର ପୋଷ୍ଟଗୁଡିକୁ ଲକ୍ଷ୍ୟ କରି ପ୍ରାୟ ତିନି ରାଉଣ୍ଡ ଗୁଳି ଚଳାଇଥିଲା। କିନ୍ତୁ ସେ ବାହ୍ୟ ସୁରକ୍ଷା ପ୍ରାଚୀର ଭାଙ୍ଗିବାରେ ବିଫଳ ହୋଇଥିଲା । ସୁରକ୍ଷାକର୍ମୀମାନେ ତୁରନ୍ତ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ବନ୍ଧୁକଧାରୀର ମୃତ୍ୟୁ ହୋଇଥିଲା ।
