ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି, ସତର୍କ ରହିବାକୁ ପରାମର୍ଶ
ସୁବର୍ଣ୍ଣରେଖା ରେ ପୁଣି ବନ୍ୟା। ଆଜି ରାତି ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ପାଇଁ ସତର୍କତାର ରାତି ବୋଲି ଚେତାଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି ମୟୁରଭଞ୍ଜ ଓ ଝାରଖଣ୍ଡ ରେ ଅଧିକ ବର୍ଷା ଯୋଗୁଁ ଜଳ ସ୍ତର ବଢିଛି । ଆଜି ରାତି ରେ ପିକ୍କୁ ଯିବ ସୁବର୍ଣ୍ଣରେଖା ଜଳ । କାଲି ସନ୍ଧ୍ୟା ଯାଏ ସନ୍ଧ୍ୟା ବିପଦ ସଂକେତ ଉପରେ ଜଳ ସ୍ତର ରହିବ । ବାଲେଶ୍ୱର ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳରେ ବନ୍ୟା ପାଣି ପଶିବ । କାଲି ଅପରାହ୍ନ ପରେ ଧୀରେ ଧୀରେ ପାଣି କମିବ । ସେପଟେ ବୈତରଣୀ ରେ ଆଖୁଆପଦା ବିପଦ ସଂକେତ ନିକଟରେ ଜଳ ସ୍ତର ରହିଛି । ବାରମ୍ବାର ବନ୍ୟା ଯୋଗୁଁ ଘାଇ ମରାମତି ହୋଇ ପାରୁନି । ତେଣୁ କିଛି ଅଞ୍ଚଳ ରେ ପାଣି ପଶୁଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଦୁଇ ତିନି ଦିନ ଭିତରେ ବର୍ଷା ନାହିଁ. ଏହି ସମୟ ଭିତରେ ଘାଇ ମରାମତି ହେବା ନେଇ ସୂଚନ ଦେଇଛନ୍ତି। ‘ମହାନଦୀରେ ମଧ୍ୟ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି।
