“ମଦକୁ ବିରୋଧ – ଶିକ୍ଷାକୁ ହଁ” ବାର୍ତ୍ତାକୁ ନେଇ ମାର୍ଚ୍ଚ

ମଦ ବିରୋଧରେ ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ

ଆଜି ଓଡ଼ିଶା ଛାତ୍ର ସଂଗଠନ ଓ ସାଧୁ ଗୌଡେଶ୍ୱର କଲେଜର ମିଳିତ ଆୟୋଜନରେ “ମଦକୁ ବିରୋଧ – ଶିକ୍ଷାକୁ ହଁ” ବାର୍ତ୍ତା ନେଇ ଯାଜପୁର ସ୍ଥିତ ସାଧୁ ଗୌଡେଶ୍ୱର ମହାବିଦ୍ୟାଳୟ କ୍ୟାମ୍ପସରୁ ମୁଖ୍ୟ ଗେଟ୍ ପର୍ଯ୍ୟନ୍ତ ମଦ ବିରୋଧୀ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା।ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମଟି ଓଡ଼ିଶା ଛାତ୍ର ସଂଗଠନର ରାଜ୍ୟ ସଭାପତି ଅଭିଷେକ ଦାଶ ଓ ଏସ୍‌ଜି କଲେଜ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଦାଶଙ୍କ ତତ୍ତ୍ୱାବଧାନରେ ହୋଇଥିଲା।

Leave a Reply

Your email address will not be published. Required fields are marked *