ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ

କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

– ମହିଳା ଶ୍ରମିକଙ୍କ ପାଇଁ ୪ ହଜାର ଶଯ୍ୟା ବିଶିଷ୍ଟ ହଷ୍ଟେଲ
– ଏଥିପାଇଁ ୨୧୦ କୋଟିର ପ୍ରକଳ୍ପ କରାଯିବ
– ୨ ବର୍ଷରେ ସରିବ ଏହି ପ୍ରକଳ୍ପ କାମ
– ଶିଳ୍ପ ନୀତି-୨୦୨୨ରେ ସଂଶୋଧନ କରାଗଲା
– ଶିଳ୍ପ ନଥିବା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ସବ୍‌ସିଡି
– ଜଳତଟ ବିକାଶ ଯୋଜନାକୁ ଅନୁମୋଦନ
– ନଦୀର ବିକାଶ ଓ ଆଖପାଖ ତଟର ବିକାଶ ହେବ
– ଏଥିପାଇଁ ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ
– ମହାନଦୀ, ଦୟା, ଗଙ୍ଗୁଆ, କୁଆଖାଈ ତଟର ବିକାଶ ହେବ
– ବୈତରଣୀ ଓ ବ୍ରାହ୍ମଣୀ ନଦୀ ତଟର ବିକାଶ ହେବ
– ଦୟା-ଗଙ୍ଗୁଆ ମିଶ୍ରଣସ୍ଥାନରେ ୱେଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ
– ଏଥିପାଇଁ ୧୦୦ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମଞ୍ଜୁରୀ
– ଆନ୍ତଃ ନଦୀ ଜଳାଶୟ ଯୋଜନାକୁ ଅନୁମୋଦନ
– ୪୪୦ କୋଟିର ପ୍ରକଳ୍ପ, ଅଢ଼େଇ ବର୍ଷରେ ସରିବ 

Leave a Reply

Your email address will not be published. Required fields are marked *