ନିଟ୍‌ ପୁନଃପରୀକ୍ଷା ପାଇଁ ହାଇ-ସିକ୍ୟୁରିଟି

୧୮ଟି ସ୍ଥାନକୁ ପ୍ରଶ୍ନପତ୍ର ପହଞ୍ଚାଇବ ବାୟୁସେନା

ଜୁନ୍‌ ୨୧ ତାରିଖରେ ହେବ ନିଟ୍‌-ୟୁଜି (NEET-UG) ପୁନଃପରୀକ୍ଷା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଏଥର ଭାରତୀୟ ବାୟୁସେନାର ସହାୟତା ନିଆଯାଇଛି ।

ସୂଚନା ଅନିସାରେ, ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ଜରିଆରେ ଦେଶର ୧୮ଟି ପ୍ରମୁଖ ସ୍ଥାନକୁ ପ୍ରଶ୍ନପତ୍ର ଏୟାରଲିଫ୍ଟ କରାଯିବ। ପ୍ରଶ୍ନପତ୍ର ପ୍ରଘଟ ହେବା କାରଣରୁ ପୂର୍ବ ପରୀକ୍ଷା ବାତିଲ ହୋଇଥିବାରୁ, କୌଣସି ପ୍ରକାରର ତ୍ରୁଟି ବା ଜାଲିଆତିକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସିଲ୍ ହୋଇଥିବା ଏହି ପ୍ରଶ୍ନପତ୍ରଗୁଡ଼ିକ ପ୍ରଥମେ ୧୮ଟି ସ୍ଥାନରେ ପହଞ୍ଚିବା ପରେ ସେଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ, ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ବିଶେଷଜ୍ଞ ମାନଙ୍କ ପାଇଁ ମଧ୍ୟ କଡ଼ା ନିୟମ ଲାଗୁ କରାଯାଇଛି । ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଜୁନ୍ ୨୧ ତାରିଖ ଯାଏଁ ସେମାନଙ୍କୁ ସମ୍ପୂର୍ଣ୍ଣ ‘ଲକ୍‌ଡାଉନ୍‌’ରେ ରଖାଯାଇଛି । ଏହି ସମୟ ମଧ୍ୟରେ ସେମାନେ ମୋବାଇଲ୍ ଫୋନ୍, ଲାପଟପ୍, ସ୍ମାର୍ଟୱାଚ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *