ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା

ଆଜି ହେବ ଶ୍ରୀଅଙ୍ଗ ଫିଟା ନୀତି

ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଦଇତାପତି ମାନେ ଏକ ବସ୍ତ୍ର ପରିଧାନ କରି ମହାପ୍ରଭୁଙ୍କ ଗୁପ୍ତ ଉପଚାରରେ ଲାଗିଛନ୍ତି । ଆଜି ହେବ ଶ୍ରୀଅଙ୍ଗ ଫିଟା ନୀତି । ମହାପ୍ରଭୁଙ୍କୁ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ରଙ୍ଗର ଫୁଲ ଲାଗି କରାଯାଉଛି । ଏଥିସହ ଦୁଇ ବେଳା ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରାଯିବାର ବିଧି ରହିଛି । ୧୫ ଦିନର ଅନବସରରେ ଶ୍ରୀଜିଉ ଦଇତାପତି ସେବକମାନଙ୍କ ଦ୍ବାରା ଉପଚାର ଓ ସେବା ଶୁଶ୍ରୂଷା ପାଉଛନ୍ତି ।

Leave a Reply

Your email address will not be published. Required fields are marked *