ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି । ପ୍ରତି ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ଶିମିଳିପାଳ ବ୍ୟଘ୍ର ପ୍ରକଳ୍ପ କତ୍ତୃପକ୍ଷ ।୨୭୫୦ ବର୍ଗ କିଲୋମିଟର ବ୍ୟାପୀ ଶିମିଳିପାଳରେ ରହିଛି ଅନେକ ଜଳପ୍ରପାତ । ତା’ସହିତ ବନ୍ୟଜନ୍ତୁ ଦେଖିବାର ମଜା । ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ବାରିପଦା ପିଠାବଟା ତନଖି ଫାଟକ, କାଳିଆଣୀ ତନଖି ଫାଟକ ଦେଇ ୨୦୦ରୁ ଅଧିକ ପର୍ଯ୍ୟଟକ ପ୍ରବେଶ କରିଛନ୍ତି ।

Leave a Reply

Your email address will not be published. Required fields are marked *