ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଜାହାଜ

୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଜାହାଜ ଗ୍ରୀନ ଆଶା

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ କହିଛି କି, ୧୫୪୦୦ ଟନ ଏଲପିଜି ଧରି ଭାରତୀୟ ଜାହାଜ ପହଞ୍ଚିଛି । ଏହି ଜାହାଜ ୬ ଏପ୍ରିଲରେ ହର୍ମୁଜ ପ୍ରଣାଳୀକୁ ପାର୍ କରିଥିଲା । ଜାହାଜର ନାମ ଗ୍ରୀନ ଆଶା ।ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଯୁଦ୍ଧ କରି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜଙ୍କୁ ବନ୍ଦ କରିଥିଲା । କେବଳ କିଛି ଦେଶ ଏହି ପ୍ରଣାଳୀ ଦେଇ ଯିବାଆସିବା କରିପାରୁଥିଲେ । ଏଥିରେ ଭାରତୀୟ ଜାହାଜକୁ ଯିବାଆସିବା ପାଇଁ ଅନୁମତି ମିଳୁଥିଲା ।ଜବାହରଲାଲ ନେହରୁ ବନ୍ଦ ପ୍ରାଧିକରଣ ତରଫରୁ ଜାହାଜ ଗ୍ରୀନ ଆଶାକୁ ସ୍ବାଗତ କରାଯାଇଛି । ଏଥିରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରେ ଜେଏନପିଏ ପହଞ୍ଚିଥିବା ପ୍ରଥମ ଜାହାଜ, ଯାହା ୧୫,୪୦୦ ଟନ ଏଲପିଜି ଧରି ଭାରତ ପହଞ୍ଚିଛି ।