ମହାପ୍ରଭୁଙ୍କ ପାଇଁ ଗଠନ ହେବ ବଡ଼ କର୍ପସ ଫଣ୍ଡ : ଆଇନ ମନ୍ତ୍ରୀ

ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ

ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ । ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ନିଜ ଅଧୀନକୁ ନେବେ ସରକାର । କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେଟେଲମେଣ୍ଟରେ ଦିଆଯିବ । ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହା ମାଧ୍ୟମରେ ମହାପ୍ରଭୁଙ୍କ ପାଇଁ ଏକ ବଡ଼ କର୍ପସ ଫଣ୍ଡ ଗଠନ ହୋଇ ପାରିବ ବୋଲି ସେ କହିଛନ୍ତି । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କର ୫୬ ହଜାର ଏକର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ୩୬ ହଜାର ଏକରର ROR ସରକାରଙ୍କ ହସ୍ତଗତ ହୋଇଛି । ସେଥିରୁ ୨୫ରୁ ୩୦ ପ୍ରତିଶତ ଜମି ଲମ୍ବା ସମୟ ଧରି ଲୋକମାନେ ଦଖଲରେ ରହୁଛନ୍ତି । ଆଜି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ କ୍ୟାବିନେଟ ଆନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।

Leave a Reply

Your email address will not be published. Required fields are marked *