ଆଜି ବି ସରଗରମ ହେବ ଗୃହ
ଆଜି ହେଉଛି ମୋୖସୁମୀ ଅଧିବେଶନର ଦ୍ଵିତୀୟ ଦିନ। ପ୍ରଥମ ଦିନ ପରି ଆଜି ମଧ୍ୟ ଗୃହ ବେଶ ସରଗରମ ରହିବ। ପାଠ୍ୟ ପୁସ୍ତକ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ. ପାଠ୍ୟ ପୁସ୍ତକ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଦାବିକୁ ଗୃହରେ ଜୋରଦାର କରିବ ବିଜେଡି. ସେହିପରି କଂଗ୍ରେସ ଏମଏମଡିଆର ଆଇନ ପ୍ରତ୍ୟାହାର କରିବା ଦାବିକୁ ଦୋହରାଇବ କଂଗ୍ରେସ । ଯାହାକୁ ନେଇ ପ୍ରଶ୍ନକଳା ଚାଲିବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି. ଦୁଇ ବିରୋଧୀ ନିଜ ଜିଦରେ ଅଟଳ ଥିବାରୁ ଗୃହରେ ଅଚଳାବସ୍ଥା ଲାଗିରହିପାରେ। ଆଜି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ,ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ, ବିଜ୍ଞାନ ଓ କାରିଗରୀ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ବିରୋଧୀଙ୍କ ପକ୍ଷରୁ ମଧ୍ୟ ମୁଲତଵୀ ପ୍ରସ୍ତାବ ଦିଆଯିବ.
