ଅର୍ଣ୍ଣବ୍ ବାତ୍ୟାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ୨୪ ଲକ୍ଷ ଅନୁକମ୍ପା ସହାୟତା ରାଶି ପ୍ରଦାନ
ପାହାଡ ଧସି ପୋତି ହୋଇ ମୃତ୍ୟୁ ବରଣ କରିଥିବା ପରିବାରର ସଦସ୍ୟଙ୍କୁ ୨୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେଲେ ସରକାର । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମାଣିକେଶ୍ଵର ପଞ୍ଚାୟତ ଡାଙ୍ଗେସି ଗ୍ରାମରେ ଅର୍ଣ୍ଣବ୍ ବାତ୍ୟା ବର୍ଷା ପବନରେ ପାହାଡ ଧସି ପୋତି ହୋଇ ଗୋଟିଏ ପରିବାର ବାପା , ମାଁ ଏବଂ ୭ ମାସର ଶିଶୁଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଅଜା ଘରେ ରହୁଥିବା ୩ ବର୍ଷର ଝିଅ ଝାନସି ରାଣୀ ପ୍ରଧାନ ବଞ୍ଚି ଯାଇଥିଲା ।ଆଜି ମାଣୀକେଶ୍ବର ବାତ୍ୟା ଆଶ୍ରୟସ୍ଥଳୀରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ପ୍ରବିଣ କୁମାର ବାଣୁଆ ଝାନସୀ ରାଣୀ ପ୍ରଧାନର ଜଏଣ୍ଟ ଏକାଉଣ୍ଟ୍ ଖୋଲି ଝାନସୀ ରାଣୀ ପ୍ରଧାନ ନାମରେ ବାପା , ମାଁ ଏବଂ ୭ ମାସର ଶିଶୁ ତିନି ଜଣଙ୍କ ପାଇଁ ମୋଟ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ଯେତେବେଳେ ଝାନସୀଙ୍କର ବୟସ ୧୮ ବର୍ଷ ହେବ ସେତେବେଳେ ଏହି ଟଙ୍କା ସେ ଉଠାଇ ପାରିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ରାଇକିଆ ବିଡ଼ିଓ, ତହସିଲଦାର, ବ୍ଳକ ଅଧ୍ୟକ୍ଷାଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।
