ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ଉନ୍ନତୀକରଣ ପାଇଁ ୧୦୦ କୋଟି ମଞ୍ଜୁର
ଭୁବନେଶ୍ବର ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ଉନ୍ନତୀକରଣ ପାଇଁ ୧୦୦ କୋଟି ମଞ୍ଜୁର। କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୪ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣ ହେବ ଫ୍ଲାଏଓଭର। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଅର୍ଥ ମଞ୍ଜୁର କରାଯାଇଛି। ଜୟଦେବ ବିହାରରୁ ରଘୁନାଥପୁର ପ୍ରାୟ ସାଢେ ୯ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ। ଏଥିସହ ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଟ୍ରେଜେରି ମାଧ୍ୟମରେ ଅର୍ଥ ବ୍ୟୟ ହେବ। ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ-OSRPର ଭୁବନେଶ୍ୱରସ୍ଥିତ ପ୍ରକଳ୍ପ ପରିଚାଳନା ୟୁନିଟ୍ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥର ଆହରଣ ଓ ବିତରଣ ଦାୟିତ୍ୱ ଦିଆଯାଇଛି।
