ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ
ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ ! । ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ, କହିଲା “ଆଉ ଆଲୋଚନା ହେବନାହିଁ” । ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା ବିବାଦ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଇସ୍କନ ନିଜ ଜିଦ୍ ରେ ଅଟଳ ରହିଛି । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଭାବାବେଗଭରା ଅନୁରୋଧକୁ ଇସ୍କନ କର୍ତ୍ତୃପକ୍ଷ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ।
