ଅକ୍ଟୋବର ୯ ରେ ନୂଆ ଭୋଟର ତାଲିକା

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ଉପନିର୍ବାଚନ ପୂର୍ବରୁ ହେବ SSR । ବିଧାନସଭା ନିର୍ବାଚନ ମଣ୍ଡଳୀରେ Special Summary Revision କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ଭାରତ ନିର୍ବାଚନ କମିସନ ୧୯୫୦ର ପିପୁଲ୍ସ ରିପ୍ରେଜେଣ୍ଟେସନ୍ ଆକ୍ଟ ଅନୁଯାୟୀ ୨୦୨୫ ମସିହା ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯିବ।ଆସନ୍ତା ୧୫ ତାରିଖରେ ଭୋଟର ଚିଠା ତାଲିକା ପ୍ରକାଶିତ ହେବ । ୧୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ପାଇଁ ସମୟସୀମା ରହିବ । ସବୁ ଦାବି ଓ ଆପତ୍ତିର ନିଷ୍ପତ୍ତି ଅକ୍ଟୋବର ୭ ତାରିଖରେ ସରିବ । ଅକ୍ଟୋବର ୯ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । SSR ମାଧ୍ୟମରେ ୧୮ ବର୍ଷ ହୋଇଥିବା ବ୍ୟକ୍ତି ନୂଆ ଭୋଟର ତାଲିକାରେ ଯୋଡି ହୋଇ ପାରିବେ । ସେହିପରି ନାମ, ଠିକଣା, ଫଟୋ, ବୟସ୍ ଇତ୍ୟାଦି ତଥ୍ୟ ଅପଡେଟ କରିହେବ । ମୃତ କିମ୍ବା ସ୍ଥାନାନ୍ତରିତ ମତଦାତାଙ୍କ ନାମ ତାଲିକାରୁ ହଟିବ ।

Leave a Reply

Your email address will not be published. Required fields are marked *