ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ତମ ଜନ୍ମଦିନ, ଗୋଟିଏ ଦିନରେ ରୋପଣ କରାଯିବ ୭୫ ଲକ୍ଷ ଚାରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ତମ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳିତ ହେବାକୁ ଯାଉଛି । ଏକ ସଶକ୍ତ ଓ ବିକଶିତ ଭାରତ ଗଠନରେ ମୋଦୀଜୀଙ୍କ ନେତୃତ୍ୱ ଆଜି ସାରା ବିଶ୍ୱରେ ପ୍ରଶଂସା ଅର୍ଜନ କରିଛି । ଓଡିଶାର ବିକାଶ ପ୍ରତି ମୋଦୀଜୀଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଓଡିଶାର ବିକାଶ ପ୍ରତି ତାଙ୍କର ନିଷ୍ଠାକୁ ସମ୍ମାନ ଦେଇ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଚାରାରୋପଣ କରାଯିବ । ଏହା ହେବ ମୋଦୀଜୀଙ୍କ ପ୍ରତି ଓଡିଶାବାସୀଙ୍କ ଏକ ସଶ୍ରଦ୍ଧ ଉପହାର ।ତେଣୁ, ବୃକ୍ଷରୋପଣ ଭଳି ମହତ କାମରେ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି, ଏସଏଚଜି ସଦସ୍ୟା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡ଼ି ହୋଇ ଏହାକୁ ସଫଳ କରିବା ପାଇଁ ମୋର ବିଶେଷ ଅନୁରୋଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଆସନ୍ତୁ, ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା । ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ଲାଗି ଗଛଟିଏ ନିଶ୍ଚୟ ଲଗାଇବା । ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ି ତୋଳିବାରେ ସହାୟକ ହେବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
