ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି । ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଭାରତ ଇଣ୍ଡୋନେସିଆ ସେନାକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଯୋଗାଇବ ବୋଲି ଚୁକ୍ତି ସ୍ବାକ୍ଷର କରିଛନ୍ତି ।ଏହି ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘‘ସ୍ବାଗତ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋଓଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଗତ ବର୍ଷ ଭାରତର ଗଣତନ୍ତ୍ର ଦିବସରେ ତାଙ୍କୁ ଆମେ ଅତିଥି ଭାବେ ସ୍ବାଗତ କରିବାର ସୁଯୋଗ ପାଇଥିଲୁ । ଆଜି ତାଙ୍କ ଆତ୍ମୀୟତା ନିମନ୍ତ୍ରଣରେ ଇଣ୍ଡୋନେସିଆ ଗସ୍ତରେ ମୁଁ ଆନନ୍ଦିତ । ଆଜି ସକାଳେ ମୋତେ ବହୁତ ସ୍ନେହ ଏବଂ ସମ୍ମାନ ସହିତ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଦିଆଯାଇଛି। ଏହି ସମ୍ମାନ କୋଟି କୋଟି ଭାରତୀୟଙ୍କର, ଇଣ୍ଡୋନେସିଆର ଲୋକଙ୍କ ଭାବନାର । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର । ମୁଁ ରାଷ୍ଟ୍ରପତି ପ୍ରବୋଓ, ଇଣ୍ଡୋନେସିଆ ସରକାର ଏବଂ ଏଠାକାର ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।”
