କଟକ ଚଣ୍ଡୀଙ୍କୁ ସୁନାବେଶରେ ଦର୍ଶନ କଲେ ରାଷ୍ଟ୍ରପତି
ମାଆ କଟକ ଚଣ୍ଡୀଙ୍କ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସଡ଼କ ପଥରେ ସ୍ବତନ୍ତ୍ର କାରକେଡରେ ଯାଇ କଟକରେ ପହଞ୍ଚିବା ପରେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହି ସମୟରେ ମନ୍ଦିର ପରିବେଶ ହୁଳୁହୁଳିରେ କମ୍ପିଉଠିଥିଲା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ ମାଆଙ୍କ ଦର୍ଶନ କରିଛନ୍ତି। ଆଜି ମା ସୁନାବେଶରେ ଦର୍ଶନ ଦେଇଛନ୍ତି। ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ଦେଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ କରମର୍ଦନ କରିଛନ୍ତି। ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ ସହ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।
