ପୀତବାସ ପଣ୍ଡାଙ୍କ ମେରୁହାଡ଼ରୁ ବାହାରିଲା ୯ ଏମଏମ୍ ଗୁଳି
ବ୍ରହ୍ମପୁରରେ ଆଇନୀଜୀବ ପୀତବାସ ପଣ୍ଡାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୀତବାସ ପଣ୍ଡାଙ୍କ ମେରୁହାଡ଼ରୁ ବାହାରିଲା ୯ ଏମଏମ୍ ଗୁଳି । ଗୁଳିଟି ବହୁ ଶିରାପ୍ରଶିରା ନଷ୍ଟ କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ । ଛାତିରୁ ମେରୁଦଣ୍ଡ ହାଡ଼ ପଛପଟକୁ ଗୁଳି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ୯ ଏମ୍ ଏମ୍ ପିସ୍ତଲ ବ୍ୟବହାର କରାଯାଇଥିଲା । ମର୍ଡରର ୪୮ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ସୁରାକ୍ ପାଉନି ପୋଲିସ । ହତ୍ୟା ପଛରେ ସୁପାରି କିଲର କି ? ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି l ଛୁଟି ବାତିଲ କରି ବ୍ରହ୍ମପୁର ଏସପି ଡ଼କ୍ଟର ସର୍ବଣା ବିବେକ ଏମ ଫେରିଆସିଛନ୍ତି l ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବା ପାଇଁ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଗଠନ ହୋଇଛି ୬ଟି ଟିମ । ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି। ସିସିଟିଭି ଫୁଟେଜ ଜବତ କରାଯାଇଛି ।ତେବେ ରାଜନୈତିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି, ତାର କରଣ ଖୋଜୁଛି ପୋଲିସ । ରାତି ପ୍ରାୟ ୧୦ ଟା ସମୟରେ ବୈକୁଣ୍ଠନଗରରେ ଥିବା ତାଙ୍କ ଘର ନିକଟରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ବାଇକରେ ଆସି ତାଙ୍କୁ ଅଟକାଇବା ପରେ ଅତର୍କିତ ଗୁଳି କରିଥିଲେ । କେଉଁ ପିସ୍ତଲରୁ ଗୁଳି ଫୁଟିଥିଲା ତାହା ସୁନିଶ୍ଚିତ କରିବା ପାଇଁ ମେଟାଲିକ ପ୍ରୋଜେକଟାଇଲ ଭୁବନେଶ୍ୱର ଫରେନସିକ ଲାବକୁ ପଠାଯିବ ।
