କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

କ୍ୟାବିନେଟରେ ୫ଟି ପ୍ରକଳ୍ପକୁ ଅନୁମୋଦନ

କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି। ୫ଟି ବଡ ପ୍ରକଳ୍ପ ଉପରେ ବାଜିଛି ମୋହର। ମୋଟ ୫୬ ହଜାର ୬୬୭ କୋଟି । ବ୍ୟୟବରାଦ କରାଯାଇଛି । ଆସାମ ଓ ତ୍ରିପୁରା ପାଇଁ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର । ଏ ବାବଦରେ ଦୁଇ ରାଜ୍ୟକୁ ୪ ହଜାର ୨୫୦ କୋଟି ଟଙ୍କା ଦିଆଯିବ । ସେହିପରି ବହୁମୁଖୀ ବୈଷୟିକ ଶିକ୍ଷା ଏବଂ ଗବେଷଣାରେ ଉନ୍ନତି ପାଇଁ ୪ ହଜାର ୨୦୦ କୋଟି ଟଙ୍କା ଦିଆଯିବ।  ଘରୋଇ ଏଲପିଜିରେ କ୍ଷତି ପାଇଁ ବିପଣନ କମ୍ପାନୀଗୁଡ଼ିକୁ କ୍ଷତିପୂରଣ ବାବଦରେ ୩୦ ହଜାର  କୋଟି ଟଙ୍କା ପ୍ରଦାନ କରିବାକୁ କ୍ୟାବିନେଟ୍‌  ନିଷ୍ପତ୍ତି ନେଇଛି। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କ ପାଇଁ ସବସିଡି ବାବଦରେ ୧୨ ହଜାର କୋଟି ଟଙ୍କା ଦିଆଯିବ।

One thought on “କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

Comments are closed.