ମନ୍ କି ବାତ୍ରେ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା
ମନ୍ କି ବାତ୍ରେ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ରଥ ଓ ସମ୍ବଲପୁରର ମହିଳା ସୁଜାତା ଭୂୟାଁଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ମତାମତ ଦେଇଥିବାରୁ ତାଙ୍କର ବିଚାରଧାରାକୁ ସ୍ବାଗତ କରିଛନ୍ତି ମୋଦୀ । ସେହିପରି ମାଛଚାଷ କ୍ଷେତ୍ରରେ ସମ୍ବଲପୁରର ସୁଜାତା ଭୂୟାଁଙ୍କ ସଫଳତା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସୁଜାତା ଜଣେ ଗୃହିଣୀ ଥିଲେ । ମାତ୍ର ସେ ତାଙ୍କ ପରିବାର ଲାଗି କିଛି କରିବାକୁ ଚାହୁଥିଲେ । ପ୍ରଥମେ ସେ ହୀରାକୁଦ ଜଳଭଣ୍ଡାରରେ ମାଛ ଚାଷ ଆରମ୍ଭ କରିଥିଲେ । ଘରର ଦାୟିତ୍ବ ସହ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ତାଙ୍କୁ । ମାତ୍ର ସେସବୁ ଆଗରେ ସେ ହାର୍ ମାନିନଥିଲେ । ଆଉ ଆଜି ତାଙ୍କର ସଫଳତା ଅନ୍ୟ ମହିଳାଙ୍କୁ ଆଶାର ନୂଆ କିରଣ ଦେଖାଇଛି ।
