ମୋଦି-ପେଜେସକିଆନ୍ ଆଲୋଚନା
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିଆନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଟେଲିଫୋନ୍ ଯୋଗେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ମୁକ୍ତ ବାଣିଜ୍ୟ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିଭଳି ସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ନିରନ୍ତର ପ୍ରୟାସ ଉପରେ ଗୁରୁତ୍ବାରୋପ କରିଛନ୍ତି। ପଶ୍ଚିମ ଏସିଆର ବିକାଶ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ସୂଚନା ମିଳିଛି।
