ନ୍ୟୁମୋନିକ୍ ପ୍ଲେଗକୁ ନେଇ ଆତଙ୍କ

ରୁଷିଆରେ ବ୍ୟାପୁଛି ପ୍ଲେଗ୍ ରୋଗ, ଗବେଷଣା କେନ୍ଦ୍ରର କର୍ମଚାରୀଙ୍କ ମୃତ୍ୟୁ

ରୁଷିଆର ସାଇବେରିଆ ଅଞ୍ଚଳରେ ନ୍ୟୁମୋନିକ୍ ପ୍ଲେଗକୁ ନେଇ ଆତଙ୍କ । ଇର୍କୁଟସ୍କ ଅଞ୍ଚଳର ଏକ ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବତୀ କର୍ମଚାରୀଙ୍କ ମୃତ୍ୟୁ ପରେ ସତର୍କତା ବଢ଼ାଇଛନ୍ତି ରୁଷିଆ କର୍ତ୍ତୃପକ୍ଷ । ମୃତ ମହିଳା ପ୍ଲେଗ୍ ଜୀବାଣୁରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି କେତେକ ରିପୋର୍ଟରେ ଆଶଙ୍କା କରାଯାଇଛି । ମୃତ କର୍ମଚାରୀଙ୍କ ବୟସ ପ୍ରାୟ ୨୮ ବର୍ଷ । ଗୁରୁତର ନିମୋନିଆ ହେବା ପରେ ସେପ୍ଟେମ୍ବର ୨୯ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କୃତ୍ରିମ ଶ୍ୱାସକ୍ରିୟା ସହାୟତାରେ ରଖାଯାଇଥିଲା । ତେବେ ଅକ୍ଟୋବର ୨ରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *