ମେଡିସିନରେ ୩ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର
୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ । କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ପୁରସ୍କାର ପାଇବେ ।ଏହି ତିନି ଜଣ ସ୍ନାୟୁ ବିଜ୍ଞାନ ଗବେଷଣାରେ ଆଣିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ । ଆଲୋକ-ନିୟନ୍ତ୍ରିତ ଆୟନ ଚ୍ୟାନେଲ ଏବଂ ‘ଅପ୍ଟୋଜେନେଟିକ୍ସ’ କ୍ଷେତ୍ରରେ ଅଭୂତପୂର୍ବ ଆବିଷ୍କାର ପାଇଁ ତିନି ଜଣ ବିଶିଷ୍ଟ ବୈଜ୍ଞାନିକ କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ଏହି ସମ୍ମାନରେ ସମ୍ମାନିତ କରାଯିବ। ଆଜି ସୁଇଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟ୍ ସ୍ଥିତ ନୋବେଲ ଆସେମ୍ବ୍ଲି ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଘୋଷଣା କରାଯାଇଛି ।
