ପେଟ୍ରୋଲ ୮୭ ପଇସା, ଡିଜେଲ ୯୧ ପଇସା ବୃଦ୍ଧି

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢ଼ିଲା ତେଲ ଦର। ପେଟ୍ରୋଲ ୮୭ ପଇସା, ଡିଜେଲ ୯୧ ପଇସା ବୃଦ୍ଧି ପାଇଛି। ୧୦ ଦିନରେ ତୃତୀୟ ଥର ପାଇଁ ଦର ବଢ଼ିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୬.୩୩ଟଙ୍କା ଓ ଡିଜେଲ ଦାମ୍ ୯୭.୯୨ ଟଙ୍କା ହୋଇଛି। ପୂର୍ବରୁ ପେଟ୍ରୋଲ ୧୦୫.୪୪ ଟଙ୍କା ଡିଜେଲ ୯୬.୯୫ ଟଙ୍କା ଥିଲା। ଅନ୍ୟପଟେ ସ୍ପିଡ୍ ପେଟ୍ରୋଲ ୧୧୫.୪୭ ଟଙ୍କା ହୋଇଛି। ପୂର୍ବରୁ ଏହାର ଦାମ୍ ଥିଲା ଲିଟର ପିଛା ୧୧୪.୫୬ ଟଙ୍କା ଥିଲା। ଦିଲ୍ଲୀରେ ପେଟ୍ରୋଲ ୯୯.୫୧, ଡିଜେଲ୍ ୯୨.୪୯ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ୧୧୦.୬୪, ଡିଜେଲ୍ ୯୭.୦୨ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୮.୪୯, ଡିଜେଲ ୯୫.୦୨ ଟଙ୍କା ହୋଇଛି। ଚେନ୍ନାଇଅରେ ପେଟ୍ରୋଲ ୧୦୫.୩୧, ଡିଜେଲ ୯୬.୯୮ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *