ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା !

୧୩ରେ ଲଘୁଚାପ ସମ୍ଭାବନା

ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା । ୧୩ ଅକ୍ଟୋବର ବେଳକୁ ଲଘୁଚାପ ସମ୍ଭାବନା । ଏଥର ଦୁର୍ଗାପୂଜାରେ ଓଡ଼ିଶାରେ ବର୍ଷା ହୋଇପାରେ। ପୂଜା ଆରମ୍ଭ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସଙ୍କେତ ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ପୂଜା ମାହୋଲ ଉପରେ ବର୍ଷାର ପ୍ରଭାବ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନାହିଁ। IMDର extended-range outlook ଅନୁସାରେ, ଅକ୍ଟୋବର ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ପରବର୍ତ୍ତୀ ଦିନ ଅର୍ଥାତ୍ ୧୩ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସିଷ୍ଟମ୍ ପରବର୍ତ୍ତୀ ସମୟରେ ବଙ୍ଗୋପସାଗର ଆଡ଼କୁ ଆସିପାରେ । ଅକ୍ଟୋବର ୧୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର କମ୍ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *