ନିଖୋଜ ଜାହାଜକୁ ନେଇ ସର୍ଚ୍ଚ ଅପରେସନ

୮ ମିନିଟ୍‌ରେ ବୁଡ଼ି ଯାଇଥିଲା ପାନାମା ପତାକାଧାରୀ ଜାହାଜ

ମାତ୍ର ୮ ମିନିଟ୍‌ରେ ବୁଡ଼ି ଯାଇଥିଲା ପାନାମା ପତାକାଧାରୀ ଜାହାଜ ଏମ୍‌ଭି ଓସେନ ୱିନର। ପାରାଦୀପ ଉପକୂଳ ସମୁଦ୍ରରେ ଜାହାଜ ବୁଡ଼ି ଘଟଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ୨୮ ବର୍ଷ ପୁରୁଣା ଜାହାଜଟି ହଠାତ୍ ଏକ ପାର୍ଶ୍ୱକୁ ଝୁଙ୍କି ମାତ୍ର ୮ ମିନିଟ୍ ମଧ୍ୟରେ ଡୁବିଯାଇଥିଲା । ତେବେ କିଭଳି ସ୍ଥିତିରେ ଏତେ ଶୀଘ୍ର ଜାହାଜଟି ବୁଡ଼ିଗଲା ସେ ନେଇ ପ୍ରଶ୍ନ ଉଠିଛି । ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ଯାଞ୍ଚ ହେବାର ଆବଶ୍ୟକତା ରହିଛି। ବଞ୍ଚିଥିବା ୨ ଜଣ କ୍ରୁ ମେମ୍ନରଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବ ବୋଲି ଆଶା କରାଯାଉଛି । ଉଦ୍ଧାର ହୋଇଥିବା ୨ କ୍ରୁ ମେମ୍ବରଙ୍କୁ ଆଜି ପାରାଦୀପ ଅଣାଯାଉଛି। ବାକି ୨୨ ଜଣଙ୍କ ଅବସ୍ଥିତି ଓ ଜାହାଜ ବୁଡ଼ିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।ଜାହାଜରେ ଅତିରିକ୍ତ ବୋଝାଇ ହୋଇଥିଲା କି ନାହିଁ ଏବଂ ଏହାର ବୟସ ଓ ଅବସ୍ଥା ଯାଞ୍ଚ ହୋଇଥିଲା କି ନାହିଁ ସେ ବିଷୟରେ ବ୍ୟାପକ ତଦନ୍ତ ହେବା ଆବଶ୍ୟକତା ରହିଛି । ଆଜି ତୃତୀୟ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *