ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍, ୩୫୦ ଜଣ ଗିରଫ

ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍, ୩୫୦ ଜଣ ଗିରଫ

ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍ । ୩୫୦ ଜଣ ଗିରଫ ହୋଇଛନ୍ତି । ତଦନ୍ତରୁ ମିଳିଛି ଷଡଯନ୍ତ୍ରର ଗନ୍ଧ । ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ଶ୍ରମ ମନ୍ତ୍ରୀ ଅନିଲ ରାଜଭର । ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା ବିକ୍ଷୋଭ କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ମନ୍ତ୍ରୀ । ଏହା ସହରାଜ୍ୟର ବିକାଶ ଏବଂ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବା ଉଦ୍ଦେଶ୍ୟରେ ଏହି ଘଟଣା ଘଟିଥିବା କହିଛନ୍ତି ।ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଅଭିଯୋଗରେ ନୋଏଡା ଏବଂ ମିରଟରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା କହିଛନ୍ତି । ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଗତ ୪ ଦିନ ହେବ ଦରମା ବୃଦ୍ଧି ପ୍ରତିବାଦ କରୁଛନ୍ତି ନୋଏଡା ଫେଜ ୨ର ବିଭିନ୍ନ ବେସରକାରୀ କମ୍ପାନୀର କର୍ମଚାରୀ । ଗତ କାଲି ଏହା ହିଂସାର ରୂପ ନେଇଥିଲା । ପୋଲିସ ଗାଡିରେ ନିଆଁ ଲଗାଇଥିଲେ ଆନ୍ଦୋଳନକରୀ ।

Leave a Reply

Your email address will not be published. Required fields are marked *