୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି
୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି। ରାଜ୍ୟରେ ୭ ଦିନ ଧାନ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି। ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି କରାଯାଇଛି। ଏଯାବତ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି।
ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ନେଟୱର୍କ ସମସ୍ୟା ଯେଉଁଠି ରହିଛି ବୈଷୟିକ ଟିମ୍ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
