କୋଟିଆରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇଲା ଆନ୍ଧ୍ର

କୋଟିଆରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇଲା ଆନ୍ଧ୍ର

ବିବାଦୀୟ କୋଟିଆ ପଞ୍ଚାୟତରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇ ଦେଇଛି ଆନ୍ଧ୍ରପ୍ରଦେଶ । ପୂର୍ବ ନିର୍ଦ୍ଧାରିତ ନଭେମ୍ବର ୨୯ ତାରିଖ ବଦଳରେ ଆସନ୍ତା ଡିସେମ୍ବର ୨ ତାରିଖରେ ଆନ୍ଧ୍ର ପକ୍ଷରୁ ଏଠାରେ ସରପଞ୍ଚ ନିର୍ବାଚନ କରାଯିବ ବୋଲି ସୂଚନା ମିଳିଛି । ନଭେମ୍ବର ୨୯ ତାରିଖରେ କୋଟିଆରେ ‘ପରବ’ ମହୋତ୍ସବ ଆୟୋଜନ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘୋଷଣା କରିବା ପରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ତାରିଖ ବଦଳାଇ ଏଜେଣ୍ଟମାନଙ୍କ ଜରିଆରେ କୋଟିଆରେ ମତଦାନ ହାର ବଢ଼ାଇବାକୁ ଆନ୍ଧ୍ର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

Leave a Reply

Your email address will not be published. Required fields are marked *