ପ୍ରଥମ ଥର ଗୋଟିଏ ପରୀକ୍ଷା ଦେବେ ଆଶାୟୀ

ଓଡ଼ିଶାରେ ୭୨୬୮ ପୋଲିସ ପଦବୀ ପାଇଁ ବିଜ୍ଞପ୍ତି

ଓଡ଼ିଶାରେ ପୋଲିସ ଓ ଅଗ୍ନିଶମ ବିଭାଗରେ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ୭୨୬୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି Odisha Uniformed Services Staff Selection Commission (OUSSSC)। କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍‌ ସ୍ତରର ବିଭିନ୍ନ ପଦବୀ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ହେବ।ଏହି ନିଯୁକ୍ତିର ସବୁଠାରୁ ବଡ଼ ଆକର୍ଷଣ ହେଉଛି, ଦିଆଯାଇଥିବା ସୂଚନା ଅନୁସାରେ ପ୍ରଥମ ଥର ପାଇଁ ବିଭିନ୍ନ ପଦବୀର ଆଶାୟୀମାନେ ଗୋଟିଏ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବେ। ଏହାଦ୍ୱାରା ଚାକିରି ଆଶାୟୀଙ୍କ ପାଇଁ ଏକକ ପରୀକ୍ଷା ମାଧ୍ୟମରେ ଏକାଧିକ ପଦବୀର ସୁଯୋଗ ମିଳିପାରେ।

କେଉଁ କେଉଁ ପଦବୀରେ ହେବ ନିଯୁକ୍ତି?

ପ୍ରକାଶିତ ସୂଚନା ଅନୁସାରେ, ଏହି ନିଯୁକ୍ତି ପ୍ରକ୍ରିୟାରେ ପୋଲିସ ଓ ଅଗ୍ନିଶମ ବିଭାଗର ବିଭିନ୍ନ ପଦବୀ ସାମିଲ ରହିଛି।
– କନଷ୍ଟେବଲ୍‌ (ସିଭିଲ୍‌)
– କନଷ୍ଟେବଲ୍‌ (କମ୍ୟୁନିକେସନ୍‌)
– କନଷ୍ଟେବଲ୍‌ (OISF)
– ଅଗ୍ନିଯୋଦ୍ଧା
– ଅଗ୍ନିଶମ ଡ୍ରାଇଭର
– ଟ୍ରାଫିକ୍‌ କନଷ୍ଟେବଲ୍‌
– ଡ୍ରାଇଭର PMT ସମ୍ବନ୍ଧିତ ପଦବୀ
ମୋଟ ୭୨୬୮ଟି ପଦବୀ ପାଇଁ ଏହି ନିଯୁକ୍ତି ଆଶାୟୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି।

Leave a Reply

Your email address will not be published. Required fields are marked *