୫ଦିନ ଯାଏ ତାତି ରୁ ନିସ୍ତାର ନାହିଁ
ରାଜ୍ୟରେ ତାତିର ପ୍ରକୋପ । ଅସହ୍ଯ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଓଡ଼ିଶା । ଆହୁରି ୫ଦିନ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୯ଟାରେ ଦିନ ଦିଇଟାର ତାତି। ସକାଳୁ ସକାଳୁ ତାତିର ପ୍ରକୋପ ଜନଜୀବନକୁ କଲବଲ କରିପକାଉଛି। ଦିନ ୧୦ଟା ବେଳକୁ ଖରା ଏତେ ବଢି ଯାଉଛି ଯେ, ଘରୁ ବାହାରିବା ଅସମ୍ଭବ ହୋଇପଡୁଛି। ଶୂନଶାନ ହୋଇଯାଉଛି ରାସ୍ତାଘାଟ। ଉପକୂଳରେ ଅସମ୍ଭାଳ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ପ୍ରକୋପ ଜାରି ରହିଛି।ଆଭ୍ଯନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି । ଗତକାଲି ୪୫ ଦଶମିକ ୮ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ତତଲା ସହର ଥିଲା। ପଶ୍ଚିମରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ଉପକୂଳରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି। ୨୮ ତାରିଖ ଯାଏ ଗ୍ରୀଷ୍ମଲହରୀ ଓ ଗରମ ଗୁଳୁଗୁଳିର ପ୍ରଭାବ ଜାରି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପଟେ ମେ ଶେଷରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି IMD ।
