ବାରବାଟୀରେ ଟିକେଟ୍ ପାଇଁ ଠେଲା ପେଲା

ଟିକେଟ୍ ପାଇଁ ଦଳାଚକଟା

ବାରବାଟୀରେ ଟିକେଟ୍ ପାଇଁ ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ଟିକେଟ୍ ନପାଇ କାନ୍ଦିଲେ, ମନ ଦୁଃଖରେ ଫେରିଗଲେ କ୍ରିକେଟ୍ ପ୍ରେମୀ।ଟିକେଟ୍ କାଉଣ୍ଟର ଖୋଲିବା ପରେ ଭିଡ ଧିରେ ଧିରେ ବଢି ଠେଲାପେଲା ସ୍ଥିତିରେ ପହଞ୍ଚିଥିଲା । ଠେଲାପେଲା ଓ ଭିଡ ଭିତରେ ଅନେକ ଲୋକ ଅଚେତ୍ ହୋଇପଡିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି  । ଟିକେଟ୍ ପାଇଁ କାଉଣ୍ଟର ଆଗରେ ଦଳଚକଟା ପରିସ୍ଥିତି ଉପୁଜିଛି। ଟିକେଟ୍ ପାଇଁ ଲୋକଙ୍କ ଉପରେ ଲୋକେ ଚଢିଯାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭିଡ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଅଚେତ୍ ହେଉଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ନାକେଦମ୍ ହୋଇପଡିଲାଣି । ଏହାରି ଭିତରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି । ଅଫଲାଇନରେ ଆଜି ଏବଂ କାଲି ଦୁଇ ଦିନ ଟିକେଟ ବିକ୍ରି ହେବ।