ନୟାପଲ୍ଲୀ ମାମଲା, ଚୋରି କରିବାକୁ ଆସି ଦୁଷ୍କର୍ମ
ଅଭିଯୁକ୍ତର ଡାହାଣ ଗୋଡରେ ବାଜିଛି ଗୁଳି । ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା ନେଇ କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଲାଇଟର ଗନ୍ ରେ ଅଭିଯୁକ୍ତ ଦେଇଥିଲା ଧମକ । ପୂର୍ବରୁ ଆସି ପୀଡିତାଙ୍କ ଘରକୁ ରେକି କରିଥିଲା । ପରେ ସୁଯୋଗ ଦେଇ ଘରେ ପଶିଥିଲା । ମୁହଁରେ ନାଲି ଗାମୁଛା ପିନ୍ଧି ଘରେ ପଶିଥିଲା । ଦୁଷ୍କର୍ମ ପରେ ଚାଲି ଚାଲି ସିଆରପିଏଫ ଛକକୁ ଯାଇଥିଲା । ସେଠାରୁ ଆମ ବସରେ ଫାୟାର ଷ୍ଟେସନ ଛକ ଯାଇଥିଲା । ପରେ ୟୁନିଟ ୧ଯାଇ ବାଇକ ଚୋରି କରିଥିଲା।ପରେ ପରେ ରହୁଥିବା ଚକେସିଆଣି ଘରକୁ ଯାଇଥିଲା। ସେଠାରୁ ପରେ ଗଞ୍ଜାମ ଖସିଯାଇଥିଲା । ପୁଣି ସେଠାରୁ କଟକ ଆସିଥିଲା । ଚନ୍ଦକା ଅଞ୍ଚଳରେ ଖବର ପାଇ ତାକୁ ପୋଲିସ ପିଛା କରିଥିଲା । ସ୍କ୍ରୁରେ ପୋଲିସକୁ ଆକ୍ରମଣ ଚେଷ୍ଟା କରିଥିଲା । ପୋଲିସ ଜବାବରେ ଏକାଉଣ୍ଟର କରିଥିଲା । ଦୁଇ ରାଉଣ୍ଡ ଫାୟାରିଂ ପରେ ତାର ବାମ ପଟେ ଗୋଡରେ ବାଜିଛି ଗୁଳି । ଆହାତ ଅବସ୍ଥାରେ ତାକୁ ଚିକିତ୍ସା କରାଯାଉଛି । ଏକାଉଣ୍ଟ୍ ସ୍ପଟରୁ ଲାଇଟର ଗନ ସହ ବାଇକ ଜବତ ହୋଇଛି ବୋଲି ପୋଲିସ କମିଶନର କହିଛନ୍ତି ।
