ଅଟ୍ରି ଉଷ୍ମ ପ୍ରସ୍ରବଣ ବୁଲି ଦେଖିଲେ ରାଜ୍ୟପାଳ
ଅଟ୍ରି ଉଷ୍ମ ପ୍ରସ୍ରବଣ ବୁଲି ଦେଖିଲେ ରାଜ୍ୟପାଳ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଅଟ୍ରି ଗସ୍ତ କରି ଉଷ୍ଣ ପ୍ରସ୍ରବଣ ବୁଲି ଦେଖିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ତାଙ୍କ ପତ୍ନୀ। ବ୍ୟାପକ ସୁରକ୍ଷା ଭିତରେ ବେଗୁନିଆ ବ୍ଲକର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଅଟ୍ରି ଠାରେ ପହଞ୍ଚିବା ପରେ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ଏଠିକାର ଗରମ ପାଣି ବାହାରୁ ଥିବା ମୁଖ୍ୟ କୁଣ୍ଡକୁ ଯାଇ ଦେଖିବା ସହିତ ଏହା ସଂପର୍କରେ ପଚାରି ବୁଝିଥିଲେ। ଏହା ସହ ପର୍ଯ୍ଯଟନ କ୍ଷେତ୍ରର ବିକାଶ ସଂପର୍କରେ ଅବଗତ ହୋଇଥିଲେ। ଏଠିକାର ଅଲୌକିକ ମାନସିକ କୁଣ୍ଡ ଦେଖିବା ସହିତ ବାବା ହାଟକେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ। ରାଜ୍ୟପାଳଙ୍କ ଗସ୍ତ କାଳରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଥିଲେ।
