ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ, ୩ ଦିନରେ ଗଲାଣି ୫ ଜୀବନ

ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଯାହା ସମସ୍ତଙ୍କ ପାଇଁ ଘାତକ ବୋଲି ସାବ୍ୟସ୍ତ ହୋଇଛି । ଗତ ୩ ଦିନ ମଧ୍ୟରେ ଗଲାଣି ୫ ଜୀବନ । ଖୋଲା ମ୍ୟାନହୋଲ୍, ବିଦ୍ୟୁତ୍ ଆଘାତ ଏବଂ ଗଛ ପଡ଼ିବା ଭଳି ଦୁର୍ଘଟଣା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ମୁମ୍ବାଇକୁ ବେହାଲ କରିଛି । ବର୍ଷା ଯୋଗୁଁ ରାସ୍ତାଗୁଡିକ ଜଳମଗ୍ନ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଃର୍ଭାଗ୍ୟବସତଃ ଏହି ବର୍ଷା ଯୋଗୁଁ ୩ ଦିନ ମଧ୍ୟରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲିଯାଇଛି ।

Leave a Reply

Your email address will not be published. Required fields are marked *