OCS ପରୀକ୍ଷାରୁ ୬ ଥର ସୁଯୋଗ ସୀମା ହଟିଲା

ସ୍ୱାଧୀନତା ଦିବସରେ ମୋହନ ମାଝୀଙ୍କ ୧୦ ବଡ଼ ଘୋଷଣା

ସ୍ୱାଧୀନତା ଦିବସରେ ମୋହନ ମାଝୀଙ୍କ ୧୦ ବଡ଼ ଘୋଷଣା। OCS ପରୀକ୍ଷାରୁ ୬ ଥର ସୁଯୋଗ ସୀମା ହଟିଲା। ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଦେଇପାରିବେ ପରୀକ୍ଷା। ନବମ ଓ ଦଶମ ଶ୍ରେଣୀକୁ ମାଗଣା ବହି ଓ ମଧ୍ୟାହ୍ନ ଭୋଜନ ମିଳିବ। ସେହିପରି ନୂଆ ମେଡିକାଲ କଲେଜ ନିର୍ମାଣ କରାଯିବ। ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା ମିଳିବ। ୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ ସାମିଲ ହେବେ। ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି। ITIରେ AI ଲ୍ୟାବ୍ ଓ ୩ ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର କରାଯିବ। AI-ସେମିକଣ୍ଡକ୍ଟର ସମେତ ନୂଆ କ୍ଷେତ୍ରରେ ଫୋକସ୍ ରହିଛି। ନୂଆ ଏକ୍ସପ୍ରେସୱେରେ ବଦଳିବ ଓଡ଼ିଶାର ଚିତ୍ର। ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ୧୦ ବଡ଼ ଘୋଷଣା:
୧- OCS ପରୀକ୍ଷାରୁ ୬ ଥର ସୁଯୋଗ ସୀମା ହଟିଲା ଏବଂ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଦେଇପାରିବେ ପରୀକ୍ଷା
୨- ନବମ ଓ ଦଶମ ଶ୍ରେଣୀକୁ ମାଗଣା ବହି ଓ ମଧ୍ୟାହ୍ନ ଭୋଜନ
୩ – ନୂଆ ମେଡିକାଲ କଲେଜ ନିର୍ମାଣ
୪- ଚାଷୀଙ୍କୁ ବର୍ଷକୁ ୧୦ ହଜାର ସହାୟତା
୫ – ୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ
୬ – ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ
୭- ITIରେ AI ଲ୍ୟାବ୍, ୩ ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର
୮- AI-ସେମିକଣ୍ଡକ୍ଟର ସମେତ ନୂଆ କ୍ଷେତ୍ରରେ ଫୋକସ୍
୯ – ନୂଆ ଏକ୍ସପ୍ରେସୱେରେ ବଦଳିବ ଓଡ଼ିଶାର ଚିତ୍ର
୧୦ – ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ

Leave a Reply

Your email address will not be published. Required fields are marked *