୬ ବର୍ଷ ପରେ ପୁଣିଥରେ ଚୀନରୁ ଦିଲ୍ଲୀକୁ ଉଡ଼ିବ ବିମାନ

ଗୁଆଙ୍ଗଜୋ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ବିମାନ ସେବା

୬ ବର୍ଷ ପରେ ପୁଣିଥରେ ଚୀନରୁ ଦିଲ୍ଲୀକୁ ଉଡ଼ିବ ବିମାନ । ୨୧ ତାରିଖରୁ ଚାଇନା ସଦର୍ଣ୍ଣ ଏୟାରଲାଇନ୍ସ ଗୁଆଙ୍ଗଜୋ ଏବଂ ନୂଆଦିଲ୍ଲୀ ମଧ୍ୟରେ ନିୟମିତ ଯାତ୍ରୀବାହୀ ବିମାନ ସେବା ପୁନଃଆରମ୍ଭ କରୁଛି ।୬ ବର୍ଷର ସ୍ଥଗିତାବସ୍ଥା ପରେ ଭାରତ ସହିତ ବିମାନ ସେବା ପୁନଃସ୍ଥାପନ କରିବାରେ ଏହା ପ୍ରମୁଖ ପଦକ୍ଷେପ । ଏହି ରୁଟ୍ ରେ ଦୈନନ୍ଦିନ ବିମାନ ଚଳାଚଳ କରିବ । ଫ୍ଲାଇଟ୍ CZ359 ଗୁଆଙ୍ଗଜୋରୁ ସ୍ଥାନୀୟ ସମୟ ଅପରାହ୍ନ ୩:୩୫ ରେ ବାହାରି ସନ୍ଧ୍ୟା ୭:୦୦ ରେ ଦିଲ୍ଲୀରେ ପହଞ୍ଚିବ । ଫ୍ଲାଇଟ୍ CZ360 ନୂଆଦିଲ୍ଲୀରୁ ଗୁଆଙ୍ଗଜୋ ଦିଲ୍ଲୀରୁ ରାତି ୮ଟା୨୦ ରେ ବାହାରି ପରଦିନ ସକାଳ ୪:୧୫ ରେ ପହଞ୍ଚିବ । ଏହି ସେବା ଆରମ୍ଭ ହେବା ପରେ ଏହି ଏୟାରଲାଇନ୍ସ ଦକ୍ଷିଣ ଏସିଆର ୮ଟି ଗୁରୁତ୍ୱପୂର୍ଣ୍ଣ ରୁଟ୍ ରେ ସପ୍ତାହକୁ ୧୦୦ ରୁ ଅଧିକ ବିମାନ ଚଳାଚଳ କରିବ । ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯାତ୍ରାକୁ ଅଧିକ ସହଜ କରିବ ।

Leave a Reply

Your email address will not be published. Required fields are marked *