ହର୍ମୁଜକୁ ନେଇ ଇରାନ-ଆମେରିକା ମୁହାଁମୁହିଁ
ଇରାନ-ଆମେରିକା ମଧ୍ୟରେ ପୁଣି ଉତ୍ତେଜନା । ହର୍ମୁଜ ପ୍ରଣାଳୀରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆମେରିକା-ଇରାନ । ଅଶାନ୍ତ ହୋଇଛି ହର୍ମୁଜ ପ୍ରଣାଳୀ । ଯୁଦ୍ଧବିରତି ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ହର୍ମୁଜ ପ୍ରଣାଳୀରେ ଏକ କାର୍ଗୋ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣର କଡା ଜବାବ ଦେଇଛି ଆମେରିକା । ଇରାନର ମିସାଇଲ ଓ ଡ୍ରୋନ୍ ଠିକଣା ସହ ହର୍ମୁଜର ଆଖପାଖ ଅଞ୍ଚଳରେ ଥିବା ରାଡାର ସାଇଡକୁ ଟାର୍ଗେଟ କରିଛି ଆମେରିକା । ଏହି ଆକ୍ରମଣ ପରେ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, ହିଂସାର ଜବାବ ହିଂସାରେ ମିଳିବ । ଏହି ବୟାନ ପରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆହୁରି ବଢିବାର ଆଶଙ୍କା ରହିଛି ।
