ବେଦାନ୍ତ ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

ବେଦାନ୍ତ ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

ଛତିଶଗଡ଼ ଶକ୍ତି ଜିଲ୍ଲାର ସିଘିଂତରାଇରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବେଦାନ୍ତ ପାୱାର ପ୍ଲାଣ୍ଟରେ ବଏଲର ବିସ୍ଫୋରଣ ଘଟିଛି । ଫଳରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳୁଛି । ଏଥିସହ ଏହି ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ଜଣାପଡିଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ସରକାରୀ ଭାବେ ନିଶ୍ଚିତ କରାଯାଇନାହିଁ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଆଗକୁ ମୃତ୍ୟୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ବିସ୍ଫୋରଣର କାରଣ ମଧ୍ୟ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *