ଡିସେମ୍ବର ସୁଦ୍ଧା ଶେଷ ହେବ ପୋଲିସ SI ନିଯୁକ୍ତି
ପୋଲିସ SI ପଦବୀରେ ନିଯୁକ୍ତି ଲାଗି ଅପେକ୍ଷାରେ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଚାକିରି ପାଇଁ ଦୀର୍ଘ 4 ବର୍ଷ ବଡ଼ ଅପେକ୍ଷାର ଘଟିବ ଅନ୍ତ। ଆସନ୍ତା ନଭେମ୍ବରରେ ହେବ ବହୁ ଚର୍ଚ୍ଚିତ SI ପଦବୀ ଲାଗି ସାନି ପରୀକ୍ଷା। ଆଜି ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି OUSSSC ଅଧ୍ୟକ୍ଷ ରଶ୍ମୀରଞ୍ଜନ ସ୍ବାଇଁ। କହିଛନ୍ତି SI ପରୀକ୍ଷାରେ ସ୍କାମ୍ ଅଭିଯୋଗ ଏବଂ ଆଇନଗତ ପ୍ରକ୍ରିୟାରେ ଫସିଯିବା ପରେ ଏହାକୁ ପୁନଃ ଆୟୋଜନ ପାଇଁ ସମୟ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ଆବେଦନକାରୀଙ୍କ ଡାଟାବେସ୍ ସଂଗ୍ରହ ସରିଛି। ଆସନ୍ତା ସପ୍ତାହକ ମଧ୍ୟରେ ପିଲାଙ୍କ ନିକଟକୁ ଆସିବ ଭାଲିଡେସନ୍ ନୋଟିଫିକେସନ। ଭାଲିଡେସନ୍ ସରିବା ପରେ ଆବେଦନ ପତ୍ରର ପୁନଃ ଯାଞ୍ଚ କରିବାକୁ ଖୋଲିବ ୱେବ୍ ସାଇଟ୍। ଆଶାୟୀ ନିଜର ଆବେଦନପତ୍ର ଯାଞ୍ଚ କରିବା ପରେ ଆଡମିଟ୍ କାର୍ଡ ପଠାଯିବ। ନଭେମ୍ବର ମାସରେ ପରୀକ୍ଷା କରାଯାଇ ଡିସେମ୍ବର ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ।
