ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ନେଇ ବଡ଼ ନିଷ୍ପତ୍ତି

ବାତ୍ୟା ପାଇଁ ମୋଟ ୧୨ଟି ଟ୍ରେନ୍ ବାତିଲ୍

ବାତ୍ୟା ଅର୍ଣ୍ଣବ ପାଇଁ ମୋଟ ୧୨ଟି ଟ୍ରେନ ବାତିଲ୍ । ସେଥିମଧ୍ୟରୁ ୨ଟି ଟ୍ରେନ୍ ର ସର୍ଟ ଟର୍ମ ପାଇଁ ବାତିଲ । ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନ PNR ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ନେଇ ବଡ଼ ନିଷ୍ପତ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ସମସ୍ୟାକୁ ଦୃଷ୍ଟିରେ ରଖି ୧୨ଟି ଟ୍ରେନ ବାତିଲ କରାଯାଇଛି ।ଯାହା ମଧ୍ୟରୁ ପୁର୍ବତଟ ରେଳପଥ ର ଦୁଇଟି ଟ୍ରେନ୍ ସର୍ଟ ଟର୍ମ ପାଇଁ ବାତିଲ ହୋଇଛି । ବିଶାଖାପାଟଣା–କିରାଣ୍ଡୁଲ୍ ରୁଟରେ ୨୯ ଅକ୍ଟୋବରରୁ ୪ ନଭେମ୍ବର ଯାଏଁ ବାତିଲ ହୋଇଛି । ବିଶାଖାପଟଣା ରୁଟରେ ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଟ୍ରେନ ବାତିଲ ରହିବ ।

ସେହିଭଳି ରାଉରକେଲା–ଜଗଦଲପୁର ରୁଟ୍ ରେ ୨୯ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । କୋରାପୁଟ–ବିଶାଖାପାଟଣା ରୁଟ୍ ରେ ୨୮ରୁ ୩୧ ଅକ୍ଟୋବର ଯାଏଁ ବାତିଲ ରହିବ। ବିଶାଖାପାଟଣା–କୋରାପୁଟ ରୁଟ୍ ରେ ୩୦ ତାରିଖ ଦିନ ବାତିଲ ରହିବ ।କୋରାପୁଟ–ବିଶାଖାପାଟଣା ରୁଟରେ ୩୧ ତାରିଖ ଯାଏ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ । ହାୱଡ଼ା–ଜଗଦଲପୁର ରୁଟ୍ ରେ ୨୭ରୁ ୩୦ ଅକ୍ଟୋବର ଏବଂ ଜଗଦଲପୁର–ହାୱଡ଼ା ରୁଟ୍ ରେ ୨୮ରୁ ୩୧ ଅକ୍ଟୋବର ଯାଏଁ ବାତିଲ ରହିଛି । ଜଗଦଲପୁର–ଭୁବନେଶ୍ୱର ଟ୍ରେନର ୨୮ରୁ ୩୧ ଅକ୍ଟୋବର ଯାଏଁ ଯାତ୍ରା ରାୟଗଡ଼ାଠାରୁ ଠାରୁ ଭୁବନେଶ୍ୱର ଯାଏ ଯିବ ।

Leave a Reply

Your email address will not be published. Required fields are marked *