ଆସୁଛି ଆଉ ଏକ ଲଘୁଚାପ
ବଙ୍ଗୋପସାଗରରେ ବାତ୍ୟା ଭୟ। ଭିଜିବ ଓଡିଶା, ଧୋଇଯିବ ଦଶହରା। ୧୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ୩ରେ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ। ତେବେ ତାହା ଅଧିକ ଘନୀଭୂତ ହେବ କି ନାହିଁ ସେନେଇ ସ୍ପଷ୍ଟ ଆକଳନ କରାଯାଇନି। ତଥାପି ସେହି ସମୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରିସାରିଥିବ। ଏହାସହିତ ମୌସୁମୀ ପରବର୍ତ୍ତୀ ସାଇକ୍ଲୋନ୍ ସିଜିନ୍ ଆରମ୍ଭ ହୋଇଯାଇଥିବା। ସେ ଦୃଷ୍ଟିରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ଥିବ।
