ଲୋକସଭା ମୌସୁମୀ ଅଧିବେଶନ ଶେଷ

ଲୋକସଭା ମୌସୁମୀ ଅଧିବେଶନ ଶେଷ

ଲୋକସଭାର ସୌସୁମୀ ଅଧିବେଶନ ଶେଷ ହୋଇଛି। ‘ବନ୍ଦେ ମାତରମ୍’ଗାନ ପରେ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅନ୍ତିମ ଦିନରେ ଚାଲି ପାରିଲାନି ଗୃହ। ଯାହା ପରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ମତଭେଦ ଦେଖାଯାଇଥିଲା। ବିରୋଧୀ ସାଂସଦମାନଙ୍କ ପ୍ରତିବାଦ ଓ ନାରାବାଜି ଯୋଗୁଁ ଅନେକଥର ଲୋକସଭାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତଥାପି ସରକାର ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରାଯାଇଥିଲା। ଅନ୍ତିମ ଦିନରେ ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଗୃହର ସୁଚାରୁ ପରିଚାଳନା ପାଇଁ ସହଯୋଗ ଲୋଡିଥିଲେ। ହେଲେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିବାଦ ଜାରି ରହିଥିଲା। ଚଳିତ ଥର ପେପର ଲିକ୍‌କୁ ନେଇ ଗୃହ ସରଗରମ ରହିଥିଲା।

Leave a Reply

Your email address will not be published. Required fields are marked *